ଭୁବନେଶ୍ୱର,ଏପ୍ରିଲ ୨୭(ଲୋକାଲ ୱାୟାର): ରାଜ୍ୟ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ମୋଟ ୧୪୦ଟି ଢାବା ଏବଂ ୨୨୩ଟି ଗ୍ୟାରେଜ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଲକ୍ ଡାଉନ ଜାରି ଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରାଜପଥରେ ଟ୍ରକ ଚଳାଚଳକୁ ଅନୁମତି ଦିଆଯାଇଛି ।
ତେବେ ଖାଦ୍ୟ ଓ ଗାଡ଼ି ମରାମତିର ସୁବିଧା ନଥିବାରୁ ଅନେକ ଡ୍ରାଇଭର ମାଲବାହୀ ଟ୍ରକ ନେଇ ଯିବାକୁ ଇଚ୍ଛା କରୁ ନଥିବା ମୋଟରଯାନ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।
ତେଣୁ ସରକାର ଏବେ ରାଜପଥ ପାଶ୍ୱର୍ରେ ନିର୍ଦ୍ଦିଷ୍ଟ ଭାବେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ତେବେ ଗ୍ୟାରେଜ ଗୁଡ଼ିକରେ ସାମାଜିକ ଦୂରତ୍ୱ ନିୟମ ରକ୍ଷା କରାଯିବ ଏବଂ ଢାବା ଗୁଡ଼ିକରେ କେହି ବସି ଖାଇ ପାରିବେନି ବୋଲି କଟକଣା ରଖାଯାଇଛି ।
ଲୋକାଲ ୱାୟାର
Leave a Reply