ଭୁବନେଶ୍ୱର, ଏପ୍ରିଲ ୧୯ (ଲୋକାଲ ୱାୟାର) : ସୋମବାର ଠାରୁ ଅଫିସ କାର୍ଯ୍ୟ ପରିଚାଳନା ଲାଗି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।
ବିଭାଗରେ କର୍ଯ୍ୟରତ ସମସ୍ତ ‘ଏ’ ଗ୍ରେଡ୍ ଅଫିସରଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍ ଆସିବେ ।
କେବଳ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ୩୩% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟ ସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ ଆସିବେ । ଆର.ଡି.ସି. ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।
ଆସନ୍ତା ୨୦ ତାରିଖରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ରେଜିଷ୍ଟର ଅଫିସରୁ କାମ କରିବେ ।
ଖାଲି ସେତିକି ନୁହେଁ, ବାଲି ଘାଟ, କ୍ରସର ୟୁନିଟ୍ ଓ ପଥର ଖଣିରେ ବି ୨୦ ତାରିଖରୁ ନିର୍ମାଣ କାମ ଚାଲିବ ।
ବିଭାଗର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply