ଭୁବନେଶ୍ୱର, ଏପ୍ରିଲ ୨୭(ଲୋକାଲ ୱାୟାର): ଓଡ଼ିଶାକୁ ଫେରିବାକୁ ଏ ପର୍ଯ୍ୟନ୍ତ ୪.୮୬ ଲୋକ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଂଜିକୃତ କରିଥିବା ରାଜ୍ୟ କରୋନା ମୁକାବିଲା କାର୍ଯ୍ୟକ୍ରମର ମୁଖପାତ୍ର ସୁବ୍ରତ ବାଗଚୀ ସୋମବାର କହିଛନ୍ତି ।
ସେ କହିଛନ୍ତି, ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଶାର ଲୋକମାନେ ଲକ୍ ଡାଉନ ପରେ ଫେରିବାକୁ ବ୍ୟାକୁଳ ଅଛନ୍ତି । ସେମାନଙ୍କୁ କେଉଁ ଉପାୟରେ ଅଣାଯିବ ତାହା କେନ୍ଦ୍ରୀୟ ନୀତି ଉପରେ ନିର୍ଭର କରେ ।
ତେବେ ଯେଉଁମାନେ ଆସିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କୁ ପ୍ରଥମେ ରାଜ୍ୟ ସରକାର ଖୋଲିଥିବା ଏକ ପୋର୍ଟାଲ http://covid19.odish.gov.in/’ ରେ ନାମ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି ।
ପ୍ରତ୍ୟେକଙ୍କୁ ମୋବାଇଲ ନମ୍ବର ଓ ଆଧାର ଦେବା ମଧ୍ୟ ଜରୁରି । ଫେରିବାକୁ ଚାହୁଁଥିବା ଲୋକମାନେ କିମ୍ବା ତାଙ୍କର କେହି ସମ୍ପର୍କୀୟ ଏଥିରେ ନାମ ପଂଜିକରଣ କରିପାରିବେ ।
ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଏହି ପଂଜିକରଣ ଫର୍ମ ଉପଲବ୍ଧ ହେଉଛି । ୬୭୯୮ ଜଣ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ ସମସ୍ତ ବିଡିଓଙ୍କୁ ପଂଜିକରଣ ପ୍ରକ୍ରିୟା ବାବଦରେ ତାଲିମ ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ପଂଜିକରଣ କରିଥିବା ଲୋକମାନେ ରାଜ୍ୟକୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ବାଧ୍ୟତାମୂଳକ ଭାବେ ରହିବେ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।
୧୪ ଦିନ ପରେ ସେମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଲୋକାଲ ୱାୟାର
Leave a Reply