ଭୁବନେଶ୍ୱର, ଅଗଷ୍ଟ ୨୫ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ସର୍ବାଧିକ ୨୭୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ମଙ୍ଗଳବାର ସୂଚନା ଓ ଲୋକମ୍ପର୍କ ବିଭାଗ କହିଛି ।
ଏମାନଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୦୪୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୨୭୫୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୨୩ ଜଣ ଥିବାବେଳେ ଅନୁଗୁଳ ଜିଲ୍ଲାରୁ ୨୩ଜଣ , ବାଲେଶ୍ୱର ଜିଲ୍ଲାରୁ ୧୨୯ଜଣ, ବରଗଡ଼ ଜିଲ୍ଲାରୁ ୨୮ଜଣ, ଭଦ୍ରକ ଜିଲ୍ଲାରୁ ୫୮ଜଣ, ବଲାଙ୍ଗିର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୨୪୭ଜଣ, ଦେବଗଡ଼ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧ଜଣ, ଗଜପତି ଜିଲ୍ଲାରୁ ୬୦ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୧ଜଣ, ଯାଜପୁର ଜିଲ୍ଲାରୁ ୨୧୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ଜଣ, କନ୍ଧମାଳ ଜିଲ୍ଲାରୁ ୯୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୭ଜଣ, କେନ୍ଦୁଝର ଜିଲ୍ଲାରୁ ୨୮ଜଣ, କୋରାପୁଟ ଜିଲ୍ଲାରୁ ୧୭୪ଜଣ, ମାଲକାନଗିରି ଜିଲ୍ଲାରୁ ୧୦୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୭ଜଣ, ନୟାଗଡ ଜିଲ୍ଲାରୁ ୧୦୩ଜଣ, ନୂଆପଡ଼ାରୁ ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୫୫ଜଣ, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୪୪ ଜଣ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୧୪, ୨୧, ୯୫୮ କରୋନା ନମୁନା ପରୀକ୍ଷଣ ହୋଇଛି ।
ମଙ୍ଗଳବାର ସକାଳ ସୁଦ୍ଧା ୮୪ ହଜାର ୨୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୬,୯୨୪ ଜଣ ସୁସ୍ଥ ହୋଇଛନ୍ତି ।
୨୬,୮୨୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୪୨୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply