ଭୁବନେଶ୍ୱର, ସେପ୍ଟେମ୍ବର ୪ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୨୯୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୯୦,୩୩୧ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୬୫୪ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୬୩, ଗଞ୍ଜାମରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡ଼ ଓ ପୁରୀରୁ ୧୧୪ ଜଣ ଲେଖାଏଁ, ବାଲେଶ୍ୱରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ ୮୭, ଅନୁଗୁଳ ଓ କେନ୍ଦୁଝରରୁ ୮୦ ଜଣ ଲେଖାଏଁ ଓ ରାୟଗଡ଼ାରୁ ୭୬ ଜଣ ଅଛନ୍ତି ।
ସେହିପରି ଢେଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୬୮, ଝାରସୁଗୁଡ଼ାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡ଼ାରୁ ୩୭, କନ୍ଧମାଳରୁ ୩୩, ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡିରୁ ୧୦, ଦେବଗଡ଼ ଓ ସୋନପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୧୬ ହଜାର ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୧ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply