ଭୁବନେଶ୍ୱର, ସେପ୍ଟେମ୍ବର ୨୬ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୪୩୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଶନିବାର ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୮୨୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୪୩୫୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୯୦୨ ଜଣ ଥିବାବେଳେ କଟକରୁ ୪୦୯, ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪୯, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୧୭୧, ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ ୧୨୦, କଳାହାଣ୍ଡିରୁ ୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡ଼ାରୁ ୧୧୯, କେନ୍ଦୁଝରରୁ ୫୫, କୋରାପୁଟରୁ ୮୨, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୫୧, ନୂଆପଡ଼ାରୁ ୧୭୩, ପୁରୀରୁ ୧୬୮, ରାୟଗଡ଼ାରୁ ୧୨୧, ସମ୍ବଲପୁରରୁ ୮୧, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୧୦୧ ଏବଂ ଷ୍ଟେଟ୍ ଫୁଲ୍ରୁ ୩୨୬ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୩୦, ୬୨, ୭୧୭ କରୋନା ନମୁନା ପରୀକ୍ଷଣ ହୋଇଛି ।
ଶନିବାର ସକାଳ ସୁଦ୍ଧା ୨ ଲକ୍ଷ ୦୫ ହଜାର ୪୫୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧, ୬୫, ୪୩୨ ଜଣ ସୁସ୍ଥ ହୋଇଛନ୍ତି ।
୩୯, ୧୮୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୭୮୩ ଜଣଙ୍କର ମୃତ୍ୟୁ ହୋଇଛି।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply