ଭୁବନେଶ୍ୱର, ଅକ୍ଟୋବର ୬ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୩୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨, ୧୦, ୨୧୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬୯ ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରୁ ୩୬୮, ବରଗଡ଼ରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡ଼ାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮ ସୁନ୍ଦରଗଡ଼ରୁ ୧୧୦, କେନ୍ଦ୍ରାପଡ଼ାରୁ ୧୦୬, ବଲାଙ୍ଗିରରୁ ୯୩, ଯାଜପୁରରୁ ୯୧, ମୟୂରଭଞ୍ଜ ଓ ପୁରୀରୁ ୮୮ ଲେଖାଏଁ ଏବଂ କନ୍ଧମାଳ ଓ କେନ୍ଦୁଝରରୁ ୮୬ ଲେଖାଏଁ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ସୁବର୍ଣ୍ଣପୁରରୁ ୮୩, ଭଦ୍ରକରୁ ୮୨, ନୟାଗଡ଼ରୁ ୭୧, କଳାହାଣ୍ଡିରୁ ୬୯, ଝାରସୁଗୁଡ଼ାରୁ ୬୮, ନବରଙ୍ଗପୁରରୁ ୬୬, କୋରାପୁଟରୁ ୬୨, ଗଞ୍ଜାମରୁ ୫୬, ରାୟଗଡ଼ାରୁ ୫୦, ଢେଙ୍କାନାଳରୁ ୪୮, ବୌଦ୍ଧରୁ ୪୫, ମାଲକାନଗିରିରୁ ୩୪, ଗଜପତିରୁ ୨୪, ଦେବଗଡ଼ରୁ ୧୪ ଓ ଷ୍ଟେଟ୍ ପୁଲ୍ରୁ ୧୬୪ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୩୮ ହଜାର ୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply