ଭୁବନେଶ୍ୱର, ଅକ୍ଟୋବର ୨ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୪୦୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧,୯୪,୧୨୮ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩ ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୁଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡ଼ାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦, ଭଦ୍ରକରୁ ୧୧୮, ବାଲେଶ୍ୱରରୁ ୧୧୫, ସମ୍ବଲପୁରରୁ ୧୧୧, ମୟୂରଭଞ୍ଜରୁ ୧୦୮, କେନ୍ଦୁଝରରୁ ୧୦୭, ବରଗଡ଼ରୁ ୧୦୬ ଓ ନୂଆପଡ଼ାରୁ ୧୦୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ରାୟଗଡ଼ାରୁ ୯୯, ସୁନ୍ଦରଗଡ଼ରୁ ୯୮, ଝାରସୁଗୁଡ଼ାରୁ ୮୧, କୋରାପୁଟରୁ ୬୪, ସୋନପୁରରୁ ୬୧, କଳାହାଣ୍ଡିରୁ ୫୩, ମାଲକାନଗିରିରୁ ୪୮, ନୟାଗଡ଼ରୁ ୪୬, ବଲାଙ୍ଗିରରୁ ୪୫, ଗଞ୍ଜାମରୁ ୩୯, ବୌଦ୍ଧରୁ ୩୫, ଢେଙ୍କାନାଳରୁ ୩୩, ଦେବଗଡ଼ରୁ ୧୬, ଗଜପତିରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୩୧୩ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୨୬ ହଜାର ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply