ଭୁବନେଶ୍ୱର, ଫେବ୍ରୁଆରୀ ୨୦(ଲୋକାଲ ୱାୟାର): ରାଜ୍ୟର ବିଭିନ୍ନ ବନାଞ୍ଚଳରେ ମୋଟ ୧୯୭୬ଟି ହାତୀ ଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ସେ କହିଛନ୍ତି, ୧୯୧୭ ହାତୀ ଗଣନା ଅନୁସାରେ ଶିମିଳିପାଳ ଜାତୀୟ ଉଦ୍ୟାନ କୋର ଅଞ୍ଚଳରେ କେବଳ ୩୩୦ ହାତୀ ଅଛନ୍ତି ।
ଢେଙ୍କାନାଳରେ ୧୬୯ଟି, ସାତକୋଶିଆରେ ୧୪୭ଟି, ଆଠଗଡ଼ ବନ୍ୟାଞ୍ଚଳରେ ୧୧୫ ହାତୀ ରହିଛନ୍ତି ।
ହାତୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟରେ ମୟୁରଭଞ୍ଜ ହସ୍ତୀ ସଂରକ୍ଷଣ, ସମ୍ବଲପୁର ହସ୍ତୀ ସଂରକ୍ଷଣ ଓ ମହାନଦୀ ହସ୍ତୀ ସଂରକ୍ଷଣ ପ୍ରକଳ୍ପ କରାଯାଇଛି ।
୧୪ଟି ପାରମ୍ପରିକ ହସ୍ତୀ କରିଡରରେ ଜଳାଶୟ, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ ବ୍ୟବସ୍ଥା ହୋଇଛି ।
ଲୋକାଲ ୱାୟାର
Leave a Reply