ଭୁବନେଶ୍ୱର, ଅଗଷ୍ଟ ୨୧ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଥିବାବେଳେ ଭୁବନେଶ୍ୱରରୁ ୨ ଜଣ ଏବଂ ଅନୁଗୁଳ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ଅଛନ୍ତି ।
ଗଞ୍ଜାମର ୪ ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳା (୫୯ ଓ ୫୦ ବର୍ଷ ) ଅଛନ୍ତି । ୫୯ ବର୍ଷୀୟା ମହିଳା ଜଣକ ମଧୁମେହ ଓ ଉଚ୍ଚରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ।
ଅନ୍ୟ ୨ ମୃତକ ପୁରୁଷ (୪୨ ଓ ୭୦ ବର୍ଷ) । ୭୦ ବର୍ଷୀୟ ପୁରୁଷ ଜଣକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ ।
ଭୁବନେଶ୍ୱରର ଦୁଇ ମୃତକଙ୍କ ମଧ୍ୟରୁ ଜଣେ ପୁରୁଷ (୭୦) ଓ ଜଣେ ମହିଳା (୫୮) ଅଛନ୍ତି । ପୁରୁଷ ଜଣଙ୍କର ମଧୁମେହ ଓ ଉଚ୍ଚରକ୍ତଚାପ ରୋଗ ମଧ୍ୟ ଥିଲା ।
ଅନୁଗୁଳରେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ ।
କୋରାପୁଟରେ ୩୫ ବର୍ଷୀୟା ମହିଳା, ନୟାଗଡ଼ରେ ୬୧ ବର୍ଷୀୟ ବ୍ୟକ୍ତି ଓ ସୋନପୁରରରେ ୭୬ ବର୍ଷୀୟ ପୁରୁଷର ମୃତ୍ୟୁ ହୋଇଛି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୪୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୭୨ ହଜାର ୭୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୮,୫୭୬ ଜଣ ସୁସ୍ଥ ହୋଇଛନ୍ତି ।
୨୩,୬୯୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply