ଭୁବନେଶ୍ୱର, ଅଗଷ୍ଟ ୧ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଶନିବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କରୋନାରେ ଆକ୍ରାନ୍ତ ଥିଲେ ମଧ୍ୟ ଅଲଗା କାରଣ ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ସରକାର କହିଛନ୍ତି ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫, ଭୁବନେଶ୍ୱରରୁ ୨ ଏବଂ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଲେଖାଏଁ ଅଛନ୍ତି ।
ଗଞ୍ଜାମରେ ୫ ମୃତକଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟା ମହିଳା ଅଛନ୍ତି । ସେ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ ।
ଅନ୍ୟ ୪ ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୪, ୫୪, ୬୩ ଓ ୭୦ ବର୍ଷ ।
୫୪ ବର୍ଷୀୟ ବ୍ୟକ୍ତି ଜଣ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ । ୪୪ ବର୍ଷୀୟ ବ୍ୟକ୍ତି ମୁଧୁମେହରେ ପୀଡ଼ିତ ଥିଲେ । ୬୩ ଓ ୭୦ ବର୍ଷୀୟ ପୁରୁଷ ଉଚ୍ଚରକ୍ତଚାପରେ ପୀଡିତ ଥିଲେ ।
ଭୁବନେଶ୍ୱରରେ ଦୁଇ ଜଣ ପୁରୁଷ (୬୨ ଓ ୭୦ ବର୍ଷ)ର ମୃତ୍ୟୁ ହୋଇଛି । ୭୦ ବର୍ଷର ପୁରୁଷ ମଧୁମେହରେ ପୀଡିତ ଥିଲେ ।
ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୫୬ ବର୍ଷୀୟ ପୁରୁଷ । ସେ ମଧୁମେହ ସହ ଅନ୍ୟରୋଗରେ ପୀଡିତ ଥିଲେ ।
ଖୋର୍ଦ୍ଧାର ମୃତକ ଜଣକ ପୁରୁଷ (୪୦ ବର୍ଷ) । ସେ ମଧୁମେହରେ ପୀଡିତ ଥିଲେ ।
ଗଜପତି ଜିଲ୍ଲାର ମୃତକ ଜଣକ ୪୯ ବର୍ଷୀୟ ପୁରୁଷ ଥିବାବେଳେ ସେ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ହୋଇଛି ।
ସେହିଭଳି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ କାରଣ ଭିନ୍ନ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଉକ୍ତ ମୃତକ ଜଣକ ନୟାଗଡ଼ ଜିଲ୍ଲାର ୩୦ ବର୍ଷୀୟ ବ୍ୟକ୍ତି ।
ଏଭଳି ମୃତ୍ୟୁ ସଂଖ୍ୟା ରାଜ୍ୟରେ ୩୮କୁ ବୃଦ୍ଧି ହୋଇଛି ।
ଏ ସମସ୍ତକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩୩ ହଜାର ୪୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦୫୧୮ ଜଣ ସୁସ୍ଥ ହୋଇଛନ୍ତି ।
୧୨୭୩୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply