ଭୁବନେଶ୍ୱର, ସେପ୍ଟେମ୍ବର ୨ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୧ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ ଭୁବନେଶ୍ୱରରୁ ୨ ଜଣ ଏବଂ ପୁରୀ, ରାୟଗଡ଼ା, ସମ୍ବଲପୁର, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକରୁ ଜଣେ ଲେଖାଏଁ ଅଛନ୍ତି ।
ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୬୩) ଅଛନ୍ତି । ଅନ୍ୟ ଦୁଇ ଜଣ ପୁରୁଷ (୩୫ ଓ ୫୬ ବର୍ଷ) ।
୫୬ ବର୍ଷୀୟ ପୁରୁଷ ଜଣଙ୍କ ଉଚ୍ଚରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ।
ଭୁବନେଶ୍ୱରର ୨ ମୃତକ ମଧ୍ୟରୁ ଜଣେ ପୁରୁଷ (୬୨) ଓ ଜଣେ ମହିଳା (୫୭) ଅଛନ୍ତି ।
ମହିଳା ଜଣଙ୍କର ଉଚ୍ଚରକ୍ତଚାପ, ମଧୁମେହ ସହ ଅଲଗା ରୋଗ ମଧ୍ୟ ଥିଲା ।
ପୁରୁଷ ଜଣଙ୍କ ମଧ୍ୟ ଉଚ୍ଚରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ ।
ବାଲେଶ୍ୱର ଜଣେ ପୁରୁଷ (୫୭) ଓ ଭଦ୍ରକରେ ଜଣେ ପୁରୁଷ (୫୭)ଙ୍କ ମୃତ୍ୟୁ ହୋଇଛି ।
ଉଭୟ ମଧୁମେହ ଓ ଉଚ୍ଚରକ୍ତଚାପରେ ମଧ୍ୟ ଆକ୍ରାନ୍ତ ଥିଲେ ।
ଜଗତସିଂହପୁରରେ ଜଣେ ୯୦ ବର୍ଷୀୟ ପୁରୁଷ ଓ ପୁରୀରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ଉଭୟ ଉଚ୍ଚରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ।
ରାୟଗଡ଼ାରେ ଜଣେ ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ତାଙ୍କର ଅନ୍ୟ ରୋଗ ମଧ୍ୟ ଥିଲେ।
ସେହିଭଳି ସମ୍ବଲପୁରରେ ଜଣେ ମହିଳା (୫୮)ଙ୍କ ଜୀବନ ନେଇଛି କରୋନା ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୪ କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୬୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୯ ହଜାର ୭୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୦,୭୭୦ଜଣ ସୁସ୍ଥ ହୋଇଛନ୍ତି ।
୨୮, ୪୪୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply