ଭୁବନେଶ୍ୱର, ଅଗଷ୍ଟ ୧୦ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩୩ ହଜାର ୨୦ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ ଜଣ ଥିବା ବେଳେ ଗଞ୍ଜାମରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, ଜଗତସିଂହପୁରରୁ ୩୨, ସୁନ୍ଦରଗଡ଼ରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବୌଦ୍ଧରୁ ୯, ଝାରସୁଗୁଡ଼ାରୁ ୮, ନୟାଗଡ଼ରୁ ୬, କଟକରୁ ୩ ଓ କେନ୍ଦ୍ରାପଡ଼ାରୁ ଜଣେ ଅଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୭ ହଜାର ୪୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୬ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୧ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply