ଭୁବନେଶ୍ୱର, ନଭେମ୍ବର ୨୪ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୪ ଜଣଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଥିବା ବେଳେ ସମ୍ବଲପୁରରୁ ୩, ରାୟଗଡା, ନୂଆପଡା, ଜଗତସିଂହପୁର, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ୫ ମୃତକ ମଧ୍ୟରୁ ୨ ଜଣ ମହିଳା (୬୦ ଓ ୭୦ ବର୍ଷ) ଓ ୩ ଜଣ ପୁରୁଷ (୪୫, ୬୫ ଓ ୩୧ ବର୍ଷ) ଅଛନ୍ତି ।
ସମ୍ବଲପୁରର ୩ ମୃତକ ହେଲେ ପୁରୁଷ (୫୫, ୩୭ ଓ ୬୯ ବର୍ଷ) ।
ରାୟଗଡାରେ ଜଣେ ପୁରୁଷ (୭୩), ନୂଆପଡାରେ ଜଣେ ମହିଳା (୭୦), ଜଗତସିଂହପୁରରେ ଜଣେ ପୁରୁଷ (୬୨), କଟକରେ ଜଣେ ପୁରୁଷ (୬୨), ଭୁବନେଶ୍ୱରରେ ଜଣେ ପୁରୁଷ (୩୪) ଓ ଅନୁଗୁଳରେ ଜଣେ ଯୁବକ (୨୮) ପ୍ରାଣ ହରାଇଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୨୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩, ୧୫, ୨୭୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୦୬, ୭୨୬ ଜଣ ସୁସ୍ଥ ହୋଇଛନ୍ତି ।
୬,୮୨୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply