ଭୁବନେଶ୍ୱର, ଅଗଷ୍ଟ ୧୬ (ଲୋକାଲ ୱାୟାର) : ରାଜ୍ୟରେ ରବିବାର ଆଉ ୧୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୪୨ ହଜାର ୨୭୬ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ଵରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗିରରୁ ୨୬, ରାୟଗଡାରୁ ୨୦, ଜଗତସିଂହପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୬, କେନ୍ଦୁଝରରୁ ୧୬, ବୌଦ୍ଧରୁ ୧୫, କଳାହାଣ୍ଡି, ନରବଙ୍ଗପୁର ଓ ନୂଆପଡାରୁ ୬ ଜଣ ଲେଖାଏଁ, ବରଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଓ ନୟାଗଡରୁ ୨ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୬୦ ହଜାର ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୩୭୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩୪୩ ଜଣଙ୍କର ମୃତ୍ୟୁ ହୋଇଛି।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply