ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୫ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ ନୟାଗଡ଼, ନୂଆପଡ଼ା, କଟକ, ବାଲେଶ୍ୱର, ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ଅଛନ୍ତି ।
ଭୁବନେଶ୍ୱରର ୪ ମୃତକ ହେଲେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୨, ୩୫, ୪୨ ଓ ୭୦ ବର୍ଷ ।
୬୨ ବର୍ଷୀୟ ପୁରୁଷ ଜଣକ ମଧୁମେହରେ ମଧ୍ୟ ପୀଡିତ ଥିଲେ ଏବଂ ୩୫ ବର୍ଷୀୟ ବ୍ୟକ୍ତି ଜଣ କିଡ୍ନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।
ପୁରୀର ଦୁଇ ମୃତକଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଅଛନ୍ତି । ସେ ମଧୁମେହରେ ମଧ୍ୟ ପୀଡିତ ଥିଲେ ।
ଅନ୍ୟ ଜଣେ ୭୦ ବର୍ଷୀୟ ପୁରୁଷ । ତା’ର ମଧୁମେହ ଓ ଉଚ୍ଚରକ୍ତଚାପ ରୋଗ ମଧ୍ୟ ଥିଲା ।
ମୟୂରଭଞ୍ଜର ଦୁଇ ମୃତକ ହେଉଛନ୍ତି ପୁରୁଷ (୬୩ ଓ ୭୪ ବର୍ଷ) । ୬୩ ବର୍ଷୀୟ ପୁରୁଷ ମଧୁମେହରେ ମଧ୍ୟ ପୀଡିତ ଥିଲେ ।
ବାଲେଶ୍ୱରରେ ଜଣେ ୫୧ ବର୍ଷୀୟ ବ୍ୟକ୍ତି, ଢେଙ୍କାନାଳରେ ଜଣେ ୭୨ ବର୍ଷୀୟ ପୁରୁଷ ଓ ନୂଆପଡ଼ାରେ ୩୭ ବର୍ଷୀୟ ବ୍ୟକ୍ତିର ଜୀବନ ନେଇଛି କରୋନା ।
କନ୍ଧମାଳରେ ଜଣେ ୭୫ ବର୍ଷୀୟ ପୁରୁଷ ଓ ନୟାଗଡ଼ରେ ଜଣେ ୭୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ଉଭୟ ମଧୁମେହ ଓ ଉଚ୍ଚରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ ।
କଟକରେ ଜଣେ ପୁରୁଷ (୬୭)ଙ୍କ ମୃତ୍ୟୁ ଘଟିଛି । ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟ ରୋଗ ମଧ୍ୟ ଥିଲା ।
ମାଲକାନଗିରିରେ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୭୮୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୯୨ ହଜାର ୫୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧, ୫୩, ୨୧୩ ଜଣ ସୁସ୍ଥ ହୋଇଛନ୍ତି ।
୩୮, ୫୪୬ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply