ଭୁବନେଶ୍ୱର, ନଭେମ୍ବର ୨୫ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୬ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୪ ଜଣ ଥିବାବେଳେ ପୁରୀରୁ ୩, ଖୋର୍ଦ୍ଧାରୁ ୨ ଏବଂ ଗଞ୍ଜାମ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ଅନୁଗୁଳ ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାର ୪ ମୃତକ ମଧ୍ୟରୁ ୨ ଜଣ ମହିଳା (୫୨ ଓ ୭୨ ବର୍ଷ) ଓ ୨ ଜଣ ପୁରୁଷ (୫୯ ଓ ୬୫ ବର୍ଷ) ଅଛନ୍ତି ।
ପୁରୀର ୩ ମୃତକ ହେଲେ ପୁରୁଷ (୮୨, ୬୯ ଓ ୪୫ ବର୍ଷ) ।
ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ପୁରୁଷ (୮୮) ଓ ଖୋର୍ଦ୍ଧାର ଜଣେ ପୁରୁଷ (୫୫) ଅଛନ୍ତି ।
ଗଞ୍ଜାମରେ ଜଣେ ମହିଳା (୬୦), ଢେଙ୍କାନାଳରେ ଜଣେ ପୁରୁଷ (୭୧), କଟକରେ ଜଣେ ମହିଳା (୫୮), ଭଦ୍ରକରେ ଜଣେ ପୁରୁଷ (୫୬), ଯାଜପୁରରେ ଜଣେ ମହିଳା (୬୮), ଅନୁଗୁଳରେ ଜଣେ ମହିଳା (୩୮) ଓ ବରଗଡ଼ରେ ଜଣେ ବ୍ୟକ୍ତି (୪୦) ପ୍ରାଣ ହରାଇଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩, ୧୬, ୦୦୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୦୭, ୩୭୪ ଜଣ ସୁସ୍ଥ ହୋଇଛନ୍ତି ।
୬,୮୮୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply