ଭୁବନେଶ୍ୱର, ନଭେମ୍ବର ୨୬ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ସୁନ୍ଦରଗଡରରୁ ସର୍ବାଧିକ ୫ ଜଣ ଥିବାବେଳେ ପୁରୀରୁ ୪ ଜଣ, ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨ ଏବଂ ଢ଼େଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାର ୫ ମୃତକ ମଧ୍ୟରୁ ଜଣେ ମହିଳା (୫୬) ଓ ୪ ଜଣ ପୁରୁଷ (୬୪, ୬୮, ୬୨ ଓ ୬୯ ବର୍ଷ) ଅଛନ୍ତି ।
ପୁରୀର ୪ ମୃତକ ହେଲେ ପୁରୁଷ (୮୩, ୭୫, ୫୩ ଓ ୬୭ ବର୍ଷ) ।
ଭୁବନେଶ୍ୱରରେ ୩ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୬୨) ଓ ଦୁଇ ଜଣ ପୁରୁଷ (୮୦ ଓ ୩୪ ବର୍ଷ) ଅଛନ୍ତି ।
ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ପୁରୁଷ (୮୮) ଓ ଖୋର୍ଦ୍ଧାର ଜଣେ ପୁରୁଷ (୫୫) ଅଛନ୍ତି ।
ଅନୁଗୁଳରେ ୨ ଜଣ ପୁରୁଷ (୨୫ ଓ ୭୫)ଙ୍କ ଜୀବନ ନେଇଛି କରୋନା ।
ଢ଼େଙ୍କାନାଳରେ ଜଣେ ପୁରୁଷ (୬୫), କଳାହାଣ୍ଡିରେ ଜଣେ ପୁରୁଷ (୭୦), ଓ ମୟୂରଭଞ୍ଜରେ ଜଣେ ପୁରୁଷ (୮୪) ପ୍ରାଣ ହରାଇଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୭୫୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩, ୧୬, ୬୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୦୮, ୧୦୨ ଜଣ ସୁସ୍ଥ ହୋଇଛନ୍ତି ।
୬,୭୮୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply