ଭୁବନେଶ୍ୱର, ଅକ୍ଟୋବର ୧୫ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବାବେଳେ କଟକ ଜିଲ୍ଲାରୁ ୩, ସୁନ୍ଦରଗଡ଼ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଏବଂ ନୟାଗଡ଼, ଯାଜପୁର, ବାଲେଶ୍ୱର, ବୌଦ୍ଧ, କଳାହାଣ୍ଡି ଓ ରାଉରକେଲାରୁ ଜଣେ ଲେଖାଏଁ ଅଛନ୍ତି ।
ଭୁବନେଶ୍ୱରର ସର୍ବାଧିକ ୪ ଜଣ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୭୭) ଓ ତିନି ଜଣ ପୁରୁଷ (୪୯, ୪୨ ଓ ୭୨ ବର୍ଷ) ଅଛନ୍ତି ।
କଟକରେ ଜଣେ ମହିଳା (୬୦) ଓ ଦୁଇ ଜଣ ପୁରୁଷ (୭୦ ଓ ୨୮ ବର୍ଷ) ଅଛନ୍ତି ।
ଗଞ୍ଜାମରେ ଜଣେ ମହିଳା (୬୦) ଓ ଜଣେ ପୁରୁଷ (୫୦) ପ୍ରାଣ ହରାଇଛନ୍ତି ।
ସୁନ୍ଦରଗଡ଼ରେ ମଧ୍ୟ ଜଣେ ମହିଳା (୩୬) ଓ ଜଣେ ପୁରୁଷ (୫୮)ର ଜୀବନ ନେଇଛି କରୋନା ।
ନୟାଗଡ଼ରେ ଜଣେ ମହିଳା (୫୭), ଯାଜପୁରରେ ଜଣେ ମହିଳା (୮୫), ବାଲେଶ୍ୱରରେ ଜଣେ ପୁରୁଷ (୫୫), ବୌଦ୍ଧରେ ଜଣେ ପୁରୁଷ (୫୫), କଳାହାଣ୍ଡିରେ ଜଣେ ପୁରୁଷ (୭୦) ଓ ରାଉରକେଲାରେ ଜଣେ ପୁରୁଷ (୬୯) ପ୍ରାଣ ହରାଇଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୦୮୯କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୧୪୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୬୨ ହଜାର ୦୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨, ୩୫, ୭୬୩ ଜଣ ସୁସ୍ଥ ହୋଇଛନ୍ତି ।
୨୫,୧୦୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply