ଭୁବନେଶ୍ୱର, ଅକ୍ଟୋବର ୧୭ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଶନିବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକରୁ ୨ ଜଣ ଏବଂ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଏବଂ ରାଉରକେଲାରୁ ଜଣେ ଲେଖାଏଁ ଅଛନ୍ତି ।
ଖୋର୍ଦ୍ଧାର ୫ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ୪ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା (୫୭ ଓ ୭୩ ବର୍ଷ) ଓ ୨ ଜଣ ପୁରୁଷ (୭୦ ଓ ୭୬ ବର୍ଷ) । ଖୋର୍ଦ୍ଧାରେ ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।
କଟକର ୨ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୬୫) ଓ ଜଣେ ପୁରୁଷ (୪୯) ଅଛନ୍ତି ।
ଅନୁଗୁଳରେ ଜଣେ ପୁରୁଷ (୫୬), ବାଲେଶ୍ୱରରେ ଜଣେ ପୁରୁଷ (୬୯), ଜଗତସିଂହପୁରରେ ଜଣେ ପୁରୁଷ (୭୯), କନ୍ଧମାଳରେ ଜଣେ ବ୍ୟକ୍ତି (୫୩), କେନ୍ଦୁଝରରେ ଜଣେ ପୁରୁଷ (୭୪), ମୟୂରଭଞ୍ଜରେ ଜଣେ ପୁରୁଷ (୫୮), ନୟାଗଡରେ ଜଣେ ପୁରୁଷ (୬୬), ପୁରୀରେ ଜଣେ ପୁରୁଷ (୭୭) ସମ୍ବଲପୁରରେ ଜଣେ ପୁରୁଷ (୭୫) ଏବଂ ରାଉରକେଲାରୁ ଜଣେ ମହିଳା (୬୪)ର ଜୀବନ ନେଇଛି କରୋନା ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୨୧କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୧୭୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୬୬ ହଜାର ୩୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨, ୪୧, ୩୮୫ ଜଣ ସୁସ୍ଥ ହୋଇଛନ୍ତି ।
୨୩,୭୮୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ଓ୍ୱାୟାର
Leave a Reply