ଭୁବନେଶ୍ୱର, ଅକ୍ଟୋବର ୧୯ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ଭୁବନେଶ୍ୱର ଓ କଟକରୁ ସର୍ବାଧିକ ୩ ଜଣ ଥିବା ବେଳେ ବଲାଙ୍ଗିର, ସୁବର୍ଣ୍ଣପୁର ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ବୌଦ୍ଧ, ଜଗସିଂହପୁର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।
ଭୁବନେଶ୍ୱରରେ ୩ ଜଣ ପୁରୁଷ (୬୫, ୫୪ ଓ ୭୫ ବର୍ଷ)ଙ୍କ ମୃତ୍ୟୁ ଘଟିଛି ।
ସେହିଭଳି କଟକରେ ମଧ୍ୟ ୩ ଜଣ ପୁରୁଷ (୪୭, ୬୦ ଓ ୪୧ ବର୍ଷ) ପ୍ରାଣ ହରାଇଛନ୍ତି ।
ବଲାଙ୍ଗିରରେ ଦୁଇ ଜଣେ ପୁରୁଷ (୭୦ ଓ ୫୦ ବର୍ଷ), ସୁବର୍ଣ୍ଣପୁରରେ ୨ ଜଣ ପୁରୁଷ (୬୨ ଓ ୭୧ ବର୍ଷ) ଓ ଝାରସୁଗୁଡ଼ାରେ ଦୁଇ ଜଣ ପୁରୁଷ (୫୪ ଓ ୪୭ ବର୍ଷ) ପ୍ରାଣ ହରାଇଛନ୍ତି ।
ବରଗଡରେ ଜଣେ ପୁରୁଷ (୫୨), ବୌଦ୍ଧରେ ଜଣେ ବ୍ୟକ୍ତି (୪୦), ଜଗସିଂହପୁରରେ ଜଣେ ପୁରୁଷ (୮୨), ମୟୂରଭଞ୍ଜରେ ଜଣେ ବ୍ୟକ୍ତି (୪୫) ଓ ନୂଆପଡ଼ାରୁ ଜଣେ ପୁରୁଷ (୮୨)ଙ୍କ ଜୀବନ ନେଇଛି କରୋନା ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୨୦୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୭୦ ହଜାର ୩୪୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨, ୪୬, ୮୩୭ ଜଣ ସୁସ୍ଥ ହୋଇଛନ୍ତି ।
୨୨,୩୦୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply