ଭୁବନେଶ୍ୱର, ଅଗଷ୍ଟ ୨୧ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୧୯୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦ ହଜାର ୫୦୩ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଥିବାବେଳେ ଗଞ୍ଜାମରୁ ୧୯୦, ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪, ବାଲେଶ୍ୱରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪ ଓ ଜଗତସିଂହପୁରରୁ ୩୦ ଜଣ ଅଛନ୍ତି ।
ସେହିପରି ଭଦ୍ରକରୁ ୨୮, ନୂଆପଡ଼ାରୁ ୨୭, କଳାହାଣ୍ଡି ଓ ସମ୍ବଲପୁରରୁ ୨୧ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୩, ବରଗଡ଼ରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬ ଓ ଅନୁଗୁଳରୁ ୫ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୭୨ ହଜାର ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୦ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply