ଭୁବନେଶ୍ୱର, ଡିସେମ୍ବର ୭ (ଲୋକାଲ ୱାୟାର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୋମବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୭ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୩ ଜଣ ପୁରୁଷ (୭୪, ୭୪ ଓ ୬୪) ଥିବାବେଳେ ବାଲେଶ୍ୱରରୁ ଜଣେ ପୁରୁଷ (୫୬), ଜଗତସିଂହପୁରରୁ ଜଣେ ପୁରୁଷ (୫୯), ପୁରୀରୁ ଜଣେ ପୁରୁଷ (୫୦) ଓ ସୁନ୍ଦରଗଡ଼ରୁ ଜଣେ ପୁରୁଷ (୬୩) ଅଛନ୍ତି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୮୩୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୩, ୨୧, ୫୬୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩, ୧୫, ୮୪୦ ଜଣ ସୁସ୍ଥ ହୋଇଛନ୍ତି ।
୩୮୯୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply