ଭୁବନେଶ୍ୱର, ସେପ୍ଟେମ୍ବର ୩ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୮ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ କଟକରୁ ୨ ଜଣ ଏବଂ ବାଲେଶ୍ୱର, କନ୍ଧମାଳ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି ।
ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୭୮) ଅଛନ୍ତି ।
ସେ ମଧୁମେହରେ ମଧ୍ୟ ପୀଡିତ ଥିଲେ । ଅନ୍ୟ ଦୁଇ ଜଣ ପୁରୁଷ (୫୬ ଓ ୪୫ ବର୍ଷ) ।
୫୬ ବର୍ଷୀୟ ପୁରୁଷ ଜଣଙ୍କ ମଧୁମେହରେ ମଧ୍ୟ ଆକ୍ରାନ୍ତ ଥିଲେ ।
କଟକର ୨ ମୃତକ ମଧ୍ୟରୁ ଜଣେ ପୁରୁଷ (୬୭) ଓ ଜଣେ ମହିଳା (୬୬) ଅଛନ୍ତି । ମହିଳା ଜଣଙ୍କ ମଧୁମେହରେ ମଧ୍ୟ ପୀଡିତ ଥିଲେ ।
ପୁରୁଷ ଜଣଙ୍କର ମଧ୍ୟ ମଧୁମେହ ସହ ଆସ୍ଥମା ରୋଗ ଥିଲା ।
ବାଲେଶ୍ୱରରେ ଜଣେ ପୁରୁଷ (୬୦)ଙ୍କ ମୃତ୍ୟୁ ହୋଇଛି । ତାଙ୍କର ମଧୁମେହ, ଉଚ୍ଚରକ୍ତଚାପ ସହ ଅଲଗା ରୋଗ ମଧ୍ୟ ଥିଲେ ।
ଭୁବନେଶ୍ୱରରେ ଜଣେ ୭୨ ବର୍ଷୀୟ ପୁରୁଷଙ୍କ ଜୀବନ ନେଇଛି କରୋନା ।
ସେ ମଧୁମେହ ଓ ଉଚ୍ଚରକ୍ତଚାପରେ ମଧ୍ୟ ଆକ୍ରାନ୍ତ ଥିଲେ ।
କନ୍ଧମାଳରେ ଜଣେ ମହିଳା (୫୦)ଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହରେ ମଧ୍ୟ ପୀଡିତ ଥିଲେ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୨ କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୭୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୧୩ ହଜାର ୪୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୪,୦୭୩ଜଣ ସୁସ୍ଥ ହୋଇଛନ୍ତି ।
୨୮, ୭୬୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply