ଭୁବନେଶ୍ୱର, ଅଗଷ୍ଟ ୧୫ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଶନିବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୯ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ଥିବାବେଳେ କଟକରୁ ୨ ଏବଂ ଗଞ୍ଜାମ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ମୃତ ଅଛନ୍ତି।
ସମ୍ବଲପୁର ଜିଲ୍ଲାରେ ଦୁଇ ଜଣ ମହିଳା (୬୫ ଓ ୫୦ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ଦୁହେଁ ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ ।
ଅନ୍ୟ ଦୁଇ ଜଣ ପୁରୁଷ (୭୮ ଓ ୭୪ ବର୍ଷ) । ୭୪ ବର୍ଷୀୟ ପୁରୁଷ ଜଣକ ମଧୁମେହରେ ମଧ୍ୟ ପୀଡିତ ଥିଲେ ।
କଟକରେ ଜଣେ ୬୭ ବର୍ଷୀୟା ମହିଳା ଓ ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି ।
ମହିଳା ଜଣକ ଉଚ୍ଚରକ୍ତଚାପ ଓ କିଡ୍ନୀ ରୋଗରେ ମଧ୍ୟ ପୀଡିତ ଥିଲେ । ସେହିଭଳି ପୁରୁଷ ଜଣକ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ ।
ଗଞ୍ଜାମରେ ଜଣେ ୫୩ ବର୍ଷୀୟ ପୁରୁଷ ଓ ନୟାଗଡ଼ରେ ଜଣେ ୭୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
କେନ୍ଦୁଝର ଜିଲ୍ଲାରେ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ମୃତୁ ଘଟିଛି । ସେ ମଧୁମେହରେ ମଧ୍ୟ ପୀଡିତ ଥିଲେ ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩୮୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୫୭ ହଜାର ୧୨୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୯୨୦୬ ଜଣ ସୁସ୍ଥ ହୋଇଛନ୍ତି।
୧୭୫୩୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply