ଭୁବନେଶ୍ୱର, ଅଗଷ୍ଟ ୧୮ (ଲୋକାଲ ୱାୟାର) : ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
କରୋନାରେ ଜୀବନ ହରାଇଥିବା ୯ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ ରାୟଗଡ଼ାରୁ ୨ ଏବଂ ସମ୍ବଲପୁର, ମାଲକାନଗିରି, ବାଲେଶ୍ୱର, ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି ।
ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ମହିଳା (୬୮) ଅଛନ୍ତି । ଅନ୍ୟ ଦୁଇ ଜଣ ପୁରୁଷ (୭୯ ଓ ୬୮ ବର୍ଷ) ଅଛନ୍ତି । ୬୮ ବର୍ଷୀୟ ପୁରୁଷ ଜଣକ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ।
ରାୟଗଡ଼ା ଜିଲ୍ଲାର ଦୁଇ ମୃତକ ପୁରୁଷ (୬୫ ଓ ୬୮ ବର୍ଷ) ।୬୮ ବର୍ଷୀୟ ପୁରୁଷ ଜଣକ ଉଚ୍ଚରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
ବାଲେଶ୍ୱରରେ ଜଣେ ୬୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ତାଙ୍କର ଅନ୍ୟ ରୋଗ ମଧ୍ୟ ଥିଲା ।
ଭୁବନେଶ୍ୱରର ମୃତକ ଜଣକ ମହିଳା (୮୧) । ସେ ଉଚ୍ଚରକ୍ତଚାପ ଓ ମଧୁମେହର ମଧ୍ୟ ପୀଡ଼ିତ ଥିଲେ ।
ମାଲକାନଗିରିରେ ଜଣେ ୬୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ଉଚ୍ଚରକ୍ତଚାପ ଓ ଅସ୍ଥମା ରୋଗରେ ମଧ୍ୟ ପୀଡିତ ଥିଲେ ।
ସମ୍ବଲପୁରରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଏମାନେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ କୁ ବୃଦ୍ଧି ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଏ ସମସ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ଏବେ ସୁଦ୍ଧା ୬୪ ହଜାର ୫୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୩୭୭୯ ଜଣ ସୁସ୍ଥ ହୋଇଛନ୍ତି ।
୨୦୩୩୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply