ଭୁବନେଶ୍ୱର, ଡିସେମ୍ବର ୫ (ଲୋକାଲ ୱାୟାର) : ରାଜ୍ୟରେ ଶନିବାର ଆଉ ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୫, ୨୭୦ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି କଟକରୁ ୬୭, ଖୋର୍ଦ୍ଧାରୁ ୬୭, ସୁନ୍ଦରଗଡରୁ ୬୭, ଅନୁଗୁଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ ୨୦, ବଲାଙ୍ଗୀରରୁ ୨୦, ନୂଆପଡାରୁ ୨୦, ଯାଜପୁରରୁ ୧୭, ପୁରୀରୁ ୧୫ ଓ ଝାରସୁଗୁଡାରୁ ୧୪ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ସମ୍ବଲପୁରରୁ ୧୪, ବାଲେଶ୍ଵରରୁ ୧୨, ଜଗତସିଂହପୁରରୁ ୧୨, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨ , ସୋନପୁରରୁ ୨ ଓ ଷ୍ଟେଟ୍ ପୁଲ୍ରୁ ୧୭ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୦,୮୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
Leave a Reply