ଭୁବନେଶ୍ୱର, ଡିସେମ୍ବର ୮ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୬, ୯୭୦ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ବଲାଙ୍ଗିରରୁ ୫୫, ମୟୂରଭଞ୍ଜରୁ ୫୨, ଖୋର୍ଦ୍ଧାରୁ ୫୧, ସୁନ୍ଦରଗଡରୁ ୪୭, କଟକରୁ ୪୫, ଅନୁଗୁଳରୁ ୩୨, ଯାଜପୁରରୁ ୨୯, ବାଲେଶ୍ଵରରୁ ୨୬, ବରଗଡରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୧ ଓ ସମ୍ବଲପୁରରୁ ୧୬ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡାରୁ ୧୪, ପୁରୀରୁ ୧୩, ଗଞ୍ଜାମରୁ ୯, କେନ୍ଦୁଝରରୁ ୯, ରାୟଗଡାରୁ ୯, କୋରାପୁଟରୁ ୮, ନୟାଗଡରୁ ୭, ଭଦ୍ରକରୁ ୬, କଳାହାଣ୍ଡିରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨, ଦେବଗଡରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୯ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୧,୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୮୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply