ଭୁବନେଶ୍ୱର, ଡିସେମ୍ବର ୯ (ଲୋକାଲ ୱାୟାର) : ରାଜ୍ୟରେ ବୁଧବାର ଆଉ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୭, ୪୧୨ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଅନୁଗୁଳରୁ ୫୩, ସୁନ୍ଦରଗଡ଼ରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡ଼ାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫, କେନ୍ଦ୍ରାପଡ଼ାରୁ ୧୯, ନୂଆପଡ଼ାରୁ ୧୯ ଓ ବାଲେଶ୍ୱରରୁ ୧୮ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୩, କଳାହାଣ୍ଡିରୁ ୧୩, ପୁରୀରୁ ୧୧, ବରଗଡ଼ରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡ଼ାରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡ଼ରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୭ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୨,୨୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୮୯ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply