ଭୁବନେଶ୍ୱର, ଡିସେମ୍ବର ୧୦ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ଆଉ ୪୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୭, ୮୭୦ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଅନୁଗୁଳରୁ ୪୮, ବଲାଙ୍ଗିରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ ୩୭, ମୟୂରଭଞ୍ଜରୁ ୩୫, କଟକରୁ ୨୪, ନୂଆପଡ଼ାରୁ ୨୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୯, ପୁରୀରୁ ୧୯, ବାଲେଶ୍ୱରରୁ ୧୪, କେନ୍ଦୁଝରରୁ ୧୪ ଓ ସମ୍ବଲପୁରରୁ ୧୪ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡ଼ାରୁ ୧୨, କୋରାପୁଟରୁ ୧୧, କଳାହାଣ୍ଡିରୁ ୮, ମାଲକାନଗିରିରୁ ୮, ଭଦ୍ରକରୁ ୭, ଦେବଗଡ଼ରୁ ୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୭, ଗଞ୍ଜାମରୁ ୬, ଝାରସୁଗୁଡ଼ାରୁ ୬, ଢେଙ୍କାନାଳରୁ ୫, ବରଗଡ଼ରୁ ୩, ବୌଦ୍ଧରୁ ୨, ରାୟଗଡ଼ାରୁ ୨, ସୋନପୁରରୁ ୨, କନ୍ଧମାଳରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୯ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୨,୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply