ଭୁବନେଶ୍ୱର, ଡିସେମ୍ବର ୧୧ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୮, ୨୭୮ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୩୬, ମୟୂରଭଞ୍ଜରୁ ୩୪, କଟକରୁ ୩୩, ଅନୁଗୋଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗୀରରୁ ୨୫, କେନ୍ଦ୍ରାପଡାରୁ ୧୮, ବାଲେଶ୍ୱରରୁ ୧୭ ଓ ସୁନ୍ଦରଗଡରୁ ୧୬ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଜଗତସିଂହପୁର, ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳ, ଝାରସୁଗୁଡା ଓ କୋରାପୁଟରୁ ୫ ଜଣ ଲେଖାଏଁ, ରାୟଗଡାରୁ ୪, ନବରଙ୍ଗପୁର ଓ ସୋନପୁରରୁ ୩ ଜଣ ଲେଖାଏଁ, ଭଦ୍ରକ ଓ ଦେବଗଡରୁ ୨ ଜଣ ଲେଖାଏଁ ଓ ମାଲକାନଗିରିରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୩,୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply