ଭୁବନେଶ୍ୱର, ଡିସେମ୍ବର ୧୨ (ଲୋକାଲ ୱାୟାର) : ରାଜ୍ୟରେ ଶନିବାର ଆଉ ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୮, ୬୮୩ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୫୫, ଖୋର୍ଦ୍ଧାରୁ ୫୨, ଅନୁଗୁଳରୁ ୩୪, କଟକରୁ ୨୯, ବଲାଙ୍ଗିରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ ୧୯, ମୟୂରଭଞ୍ଜରୁ ୧୭, ଜଗତସିଂହପୁରରୁ ୧୪, ଝାରସୁଗୁଡାରୁ ୧୨, ଦେବଗଡ଼ରୁ ୧୧, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୯ ଓ ନୂଆପଡ଼ାରୁ ୯ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭଦ୍ରକରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, କେନ୍ଦୁଝରରୁ ୬, ନୟାଗଡ଼ରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୧, ରାୟଗଡ଼ାରୁ ୧, ସୋନପୁରରୁ ୧ ଓ ଓ ଷ୍ଟେଟ୍ ପୁଲ୍ରୁ ୧୨ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୩,୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦୨ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply