ଭୁବନେଶ୍ୱର, ଡିସେମ୍ବର ୧୩ (ଲୋକାଲ ୱାୟାର) : ରାଜ୍ୟରେ ରବିବାର ଆଉ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୯, ୦୬୯ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳରୁ ୨୭, ବଲାଙ୍ଗିରରୁ ୨୩, ମୟୂରଭଞ୍ଜରୁ ୨୩, କଟକରୁ ୧୮, ନୂଆପଡ଼ାରୁ ୧୮, ବାଲେଶ୍ୱରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦୁଝରରୁ ୧୫, ପୁରୀରୁ ୧୩ ଓ ଯାଜପୁରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବରଗଡ଼ରୁ ୧୧, କୋରାପୁଟରୁ ୧୦, ଭଦ୍ରକରୁ ୯, ଗଞ୍ଜାମରୁ ୯, ସମ୍ବଲପୁରରୁ ୮, କଳାହାଣ୍ଡିରୁ ୭, କେନ୍ଦ୍ରାପଡ଼ାରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡ଼ାରୁ ୪, ନୟାଗଡ଼ରୁ ୪, ବୌଦ୍ଧରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨, ରାୟଗଡ଼ାରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୩,୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦୭ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply