ଭୁବନେଶ୍ୱର, ଡିସେମ୍ବର ୧୪ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୩୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୯, ୪୫୮ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୪୨, ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୪, ବରଗଡ଼ରୁ ୨୧, ବଲାଙ୍ଗିରରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦ୍ରାପଡ଼ାରୁ ୧୭, ନୂଆପଡ଼ାରୁ ୧୭, ପୁରୀରୁ ୧୪, ସମ୍ବଲପୁରରୁ ୧୨ ଓ ଜଗତସିଂହପୁରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭଦ୍ରକରୁ ୧୦, ବାଲେଶ୍ୱରରୁ ୯, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୭, ଦେବଗଡ଼ରୁ ୫, କୋରାପୁଟରୁ ୫, ନୟାଗଡ଼ରୁ ୪, ରାୟଗଡ଼ାରୁ ୪, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୧୫ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୪,୦୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧୧ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply