ଭୁବନେଶ୍ୱର, ଡିସେମ୍ବର ୧୫ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୩୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୧୯, ୮୫୦ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୪୬, ଅନୁଗୁଳରୁ ୩୬, ମୟୂରଭଞ୍ଜରୁ ୨୯, କଳାହାଣ୍ଡିରୁ ୨୭, କଟକରୁ ୨୫, ଝାରସୁଗୁଡ଼ାରୁ ୧୮, ପୁରୀରୁ ୧୮, କେନ୍ଦ୍ରାପଡ଼ାରୁ ୧୨, ନୂଆପଡ଼ା ଓ ସମ୍ବଲପୁରରୁ ୧୧ ଜଣ ଲେଖାଏଁ, ବାଲେଶ୍ୱରରୁ ୧୦, ବରଗଡ଼ ଓ ଭଦ୍ରକରୁ ୯ ଜଣ ଲେଖାଏଁ, ବଲାଙ୍ଗୀର ଓ ଜଗତସିଂହପୁରରୁ ୬ ଜଣ ଲେଖାଏଁ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଦେବଗଡ଼, ଯାଜପୁର, ମାଲକାନଗିରି ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝର ଓ କୋରାପୁଟରୁ ୪ ଜଣ ଲେଖାଏଁ, ବୌଦ୍ଧ ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ଢେଙ୍କାନାଳ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୪,୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply