ଭୁବନେଶ୍ୱର, ଡିସେମ୍ବର ୩ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ଆଉ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩,୧୪,୦୨୩ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୩ ଜଣ ଆରୋଗ୍ୟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡ଼ାରୁ ୩୯, ଝାରସୁଗୁଡ଼ାରୁ ୩୬, ବଲାଙ୍ଗିରରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୨୮, କେନ୍ଦୁଝରରୁ ୨୬ ଓ ବାଲେଶ୍ୱରରୁ ୨୫ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୭ ଜଣ ଲେଖାଏଁ, ବରଗଡ଼ ଓ ଯାଜପୁରରୁ ୧୪ ଜଣ ଲେଖାଏଁ, କଳାହାଣ୍ଡି ଓ ନୟାଗଡ଼ରୁ ୭ ଜଣ ଲେଖାଏଁ, ଢେଙ୍କାନାଳ ଓ କୋରାପୁଟରୁ ୬ ଜଣ ଲେଖାଏଁ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, ବୌଦ୍ଧ ଓ ଦେବଗଡ଼ରୁ ୩ ଜଣ ଲେଖାଏଁ, କନ୍ଧମାଳରୁ ୨, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୦,୦୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୫୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply