ଭୁବନେଶ୍ୱର, ଜାନୁଆରୀ ୨୨ (ଲୋକାଲ ୱାୟାର) : ରାଜ୍ୟରେ ରବିବାର ଆଉ ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩, ୩୦, ୭୫୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୯ ଜଣ ଥିବାବେଳେ ଝାରସୁଗୁଡାରୁ ୨୨, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୬, ପୁରୀରୁ ୧୫, କଟକରୁ ୧୪, ଖୋର୍ଦ୍ଧାରୁ ୧୨, ବାଲେଶ୍ୱରରୁ ୯, ଯାଜପୁରରୁ ୯, ନୂଆପଡ଼ାରୁ ୯, ବରଗଡରୁ ୮, ବଲାଙ୍ଗୀରରୁ ୮, ନୟାଗଡ଼ରୁ ୮, ମୟୂରଭଞ୍ଜରୁ ୫, ବୌଦ୍ଧରୁ ୩, କେନ୍ଦୁଝରରୁ ୩, ଭଦ୍ରକରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, କେନ୍ଦ୍ରାପଡ଼ାରୁ ୨, ଜଗତସିଂହପୁରରୁ ୧, କାଳାହାଣ୍ଡିରୁ ୧,
କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୪, ୦୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦୩ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply