ଭୁବନେଶ୍ୱର, ଜାନୁଆରୀ ୧୭ (ଲୋକାଲ ୱାୟାର) : ରାଜ୍ୟରେ ରବିବାର ଆଉ ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩, ୨୯, ୫୪୬ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୯ ଜଣ ଥିବାବେଳେ ଅନୁଗୁଳରୁ ୨୩, ଖୋର୍ଦ୍ଧାରୁ ୨୦, କେନ୍ଦୁଝରରୁ ୧୯, ବାଲେଶ୍ବରରୁ ୧୬, ବରଗଡ଼ରୁ ୧୩, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୦, ନୂଆପଡ଼ାରୁ ୧୦, ବଲାଙ୍ଗୀରରୁ ୯, କଟକରୁ ୮, ଗଜପତିରୁ ୭, କେନ୍ଦ୍ରାପଡ଼ାରୁ ୫, ମୟୂରଭଞ୍ଜରୁ ୫, ଦେବଗଡ଼ରୁ ୪, ପୁରୀରୁ ୪, ସୁବର୍ଣ୍ଣପୁରରୁ ୪, ଭଦ୍ରକରୁ ୩, ରାୟଗଡ଼ାରୁ ୩, ସମ୍ବଲପୁରରୁ ୩, ବୌଦ୍ଧରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ୟ୍ୟନ୍ତ ମୋଟ ୩,୩୩, ୩୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦୦ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply