ଭୁବନେଶ୍ୱର, ଜାନୁଆରୀ ୧୫ (ଲୋକାଲ ୱାୟାର) : ରାଜ୍ୟରେ ଶୁକ୍ରବାର ଆଉ ୨୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩, ୨୯, ୦୦୮ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ବଲାଙ୍ଗୀର ଓ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୦ ଜଣ ଲେଖାଏଁ ଥିବାବେଳେ ବରଗଡରୁ ୨୫, ଅନୁଗୁଳରୁ ୨୦, କଟକରୁ ୧୭, ସମ୍ବଲପୁରରୁ ୧୪, ଝାରସୁଗୁଡ଼ାରୁ ୧୨, ଖୋର୍ଦ୍ଧା ଓ ପୁରୀରୁ ୧୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରୁ ୯ ଜଣ ଲେଖାଏଁ, ବାଲେଶ୍ୱରରୁ ୮, କେନ୍ଦୁଝରରୁ ୭, ଯାଜପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁର ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ, ଦେବଗଡରୁ ୩, ଢେଙ୍କାନାଳ, ଗଞ୍ଜାମ ଓ ସୋନପୁରରୁ ୨ ଜଣ ଲେଖାଏଁ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼ ଓ ରାୟାଗଡାରୁ ଜଣେ ଲେଖାଏଁ ଏବଂ ଷ୍ଟେଟପୁଲରୁ ୩ ଜଣ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୨, ୯୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୯୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply