ଭୁବନେଶ୍ୱର, ନଭେମ୍ବର ୨୪ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୬୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩, ୦୭, ୩୭୪ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬ ଜଣ ଥିବାବେଳେ ଅନୁଗୁଳରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡରୁ ୩୫, ବଲାଙ୍ଗୀରରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ଵରରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡାରୁ ୨୪, ମୟୂରଭଞ୍ଜରୁ ୨୪ଜଣ ଅଛନ୍ତି।
ସେହିପରି ଢେଙ୍କାନାଳ ଜିଲ୍ଲାରୁ ୨୩, ନୂଆପଡାରୁ ୨୦, ସମ୍ବଲପୁରରୁ ୨୦, ରାୟଗଡାରୁ ୧୮, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୨, ମାଲକାଗନିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେବଗଡରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧ ଓ ନୟାଗଡରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୭ ଜଣ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୧୫, ୨୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୭୧ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply