ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୯୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩, ୦୬, ୭୨୬ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ ଥିବାବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୁଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡ଼ାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭, ଝାରସୁଗୁଡ଼ାରୁ ୩୬, ବରଗଡରୁ ୩୫, ଜଗତସିଂପୁରରୁ ୩୨ ଓ କେନ୍ଦ୍ରାପଡାରୁ ୩୫ ଜଣ ଅଛନ୍ତି।
ସେହିପରି କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗୀରରୁ ୨୧, ଢେଙ୍କାନାଳରୁ ୧୫, କାଲାହାଣ୍ଡିରୁ ୧୫
ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡ଼ରୁ ୧୦, ଭଦ୍ରକରୁ ୮, କୋରାପୁଟରୁ ୮, ମାଲକାନଗିରିରୁ ୮, କନ୍ଧମାଳରୁ ୬, ସୋନପୁରରୁ ୫, ଦେବଗଡ଼ରୁ ୩, ଗଜପତିରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୧୧ ଜଣ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୧୪, ୬୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୫୭ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply