ଭୁବନେଶ୍ୱର, ଡିସେମ୍ବର ୧୭(ଲୋକାଲ ୱାୟାର): ରାଜ୍ୟରେ ଗତ ଏକ ମାସ ମଧ୍ୟରେ ୧୧ଶହ କୋଟି ଟଙ୍କାର ଜିଏସଟି (ଗୁଡ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ଠକେଇ ଧରାପଡ଼ିଥିବା ଗୁରୁବାର କହିଛନ୍ତି ଜିଏସଟି ସୂଚନା ମହାନିଦେ୍ର୍ଦଶାଳୟ (ଡିଜିଜିଆଇ) ଅତିରିକ୍ତ ମହାନିଦେ୍ର୍ଦଶକ(ଓଡିଶା ଶାଖା) ଦେବାଶିଷ ସାହୁ ।
ସେ କହିଛନ୍ତି, ଗତ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୫୦ରୁ ଅଧିକ ଜିଏସଟି ମାମଲାର ପଦାକୁ ଆସିପାରିଛି ।
ଏହା ମଧ୍ୟରେ ଜଣେ ବ୍ୟକ୍ତି ପ୍ରାୟ ୧୦ଟି ନକଲି ଫାର୍ମ ଜରିଆରେ ୩୭୦ କୋଟି ଟଙ୍କାର ଠକେଇ କରିଥିବା ମାମଲା ମଧ୍ୟ ଅନ୍ତର୍ଭୁକ୍ତ ।
ଜାଲ୍ ଇନଭଏସ ଜରିଆରେ ୪୦ କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ରାଉରକେଲାର ସନ୍ତୋଷ କୁମାର ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।
୩ ବର୍ଷରେ ମୋଟ ୨୮୧ଟି ମାମଲା ହୋଇଥିବା ବେଳେ ୧୧ଜଣଙ୍କୁ ଗିରଫ କରାଯାଇଛି ।
୨୦୧୯-୨୦ରେ ୧୧୫ଟି ମାମଲାରେ ୬୧୮ କୋଟି ୨୮ ଲକ୍ଷ ଟଙ୍କା ଓ ୨୦୧୮-୧୯ରେ ୧୧୦ଟି ମାମଲାରେ ୯୦୦ କୋଟି ୫୧ ଲକ୍ଷ ଟଙ୍କାର ଠକେଇ ପଦାକୁ ଆସିଛି ।
ଗତ ତିନି ବର୍ଷରେ ମୋଟ ୧୭୪୪.୧୮ କୋଟିର ଜିଏସଟି ଜାଲିଆତି ହୋଇଥିବା ବିଭାଗ କହିଛି ।
ଲୋକାଲ ୱାୟାର
Leave a Reply