ଭୁବନେଶ୍ୱର, ଡିସେମ୍ବର ୧ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୩୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୫୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୩୭୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୩୮ ଜଣ ଥିବାବେଳେ ବାଲେଶ୍ୱରରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୭, ବଲାଙ୍ଗିରରୁ ୨୨, କଟକରୁ ୨୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୫, ଗଞ୍ଜାମରୁ ୭, ଜଗତସିଂହପୁରରୁ ୧୮, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୫, ଖୋର୍ଦ୍ଧାରୁ ୩୭, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୪, ନୂଆପଡ଼ାରୁ ୨୧, ପୁରୀରୁ ୧୯, ସମ୍ବଲପୁରରୁ ୧୪ ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୨ ଏବଂ ଷ୍ଟେଟ୍ ଫୁଲ୍ରୁ ୧୦ ଜଣ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୫୯, ୪୦, ୯୦୧ କରୋନା ନମୁନା ପରୀକ୍ଷଣ ହୋଇଛି ।
ମଙ୍ଗଳବାର ସକାଳ ସୁଦ୍ଧା ୩,୧୯,୧୦୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୧୨, ୦୬୫ ଜଣ ସୁସ୍ଥ ହୋଇଛନ୍ତି ।
୫,୨୪୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୭୪୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply