କଟକ, ଡିସେମ୍ବର ୩୦(ଲୋକାଲ ୱାୟାର): ରାଜ୍ୟରେ ୩୪ଟି ନୂଆ ସାଇବର, ଅର୍ଥନୈତିକ ଅପରାଧ ଥାନା ଖୋଲାଯିବା ସହ ମହିଳା ଏବଂ ଶିଶୁ ହିଂସା ଏବଂ ଅପରାଧର ପରିଚାଳନା ପାଇଁ ଓଡ଼ିଶା ପୁଲିସରେ ଏକ ସ୍ୱତନ୍ତ୍ର ଶାଖା ଗଠନ କରାଯିବ ବୋଲି ୬୨ତମ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଘୋଷଣା କରିଛନ୍ତି ।
ସେ କହିଛନ୍ତି, ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳା ରକ୍ଷା ଠାରୁ ମହାମାରୀ ରୋକିବା ଦିଗରେ ସଫଳ ଭୂମିକା ନେଇଛି ।
କୋଭିଡ ରୋଗୀଙ୍କ ଜୀବନ ରକ୍ଷା ପାଇଁ ୯୩୦ ଜଣ ପୁଲିସ ପ୍ଲାଜମା ଦାନ କରିଛନ୍ତି ।
ପ୍ରାଣବଳି ଦେଇଥିବା ୪୮ ଜଣ ପୁଲିସ ଓ ମାଓଦମନ ବେଳେ ୨ ଜଣ ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଲୋକାଲ ୱାୟାର
Leave a Reply