ଭୁବନେଶ୍ୱର, ଫେବ୍ରୁଆରୀ ୨ (ଲୋକାଲ ୱାୟାର) : ରାଜ୍ୟରେ ମଙ୍ଗଳବାର ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୩୨, ୩୭୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ଥିବାବେଳେ ବରଗଡ଼ରୁ ୧୮, କଟକରୁ ୧୫, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ଅନୁଗୁଳ, ବାଲେଶ୍ୱର, ଭଦ୍ରକ ଓ ପୁରୀରୁ ୭ ଜଣ ଲେଖାଏଁ କଳାହାଣ୍ଡିରୁ ୬, ଝାରସୁଗୁଡ଼ାରୁ ୫, ଯାଜପୁର, ନବରଙ୍ଗପୁର ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା ଓ ସୋନପୁରରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୧ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୫,୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦୬ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply