ଭୁବନେଶ୍ୱର, ଜାନୁଆରୀ ୧୮ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୯, ୮୦୧ ଜଣ ଆରୋଗ୍ୟ ହୋଇଛନ୍ତି ।
ଆରୋଗ୍ୟଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଗଜପତିରୁ ସର୍ବାଧିକ ୨୩ ଜଣ ଲେଖାଏଁ ଥିବାବେଳେ ବଲାଙ୍ଗୀରରୁ ୧୯, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ାରୁ ୧୬ ଜଣ ଲେଖାଏଁ, ବରଗଡ଼ରୁ ୧୫, କେନ୍ଦୁଝରରୁ ୧୩, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, କଟକ ଓ ପୁରୀରୁ ୯ ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ, କୋରାପୁଟ ଓ ରାୟଗଡ଼ାରୁ ୬ ଜଣ ଲେଖାଏଁ, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ ୪, ବୌଦ୍ଧ, ଢେଙ୍କାନାଳ ଓ ସୋନପୁରରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ନୟାଗଡ଼ରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୪ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୩,୪୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୦୧ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply