ଭୁବନେଶ୍ୱର, ଜାନୁଆରୀ ୪ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୬, ୫୦୭ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡ଼ରୁ ୧୬, ବାଲେଶ୍ୱର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୧୨ ଜଣ ଲେଖାଏଁ, ବରଗଡ଼ ଓ ବଲାଙ୍ଗୀରରୁ ୧୦ ଜଣ ଲେଖାଏଁ, ସମ୍ବଲପୁରରୁ ୮, ଦେବଗଡ଼, ଗଞ୍ଜାମ ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକ ଓ ଜଗତସିଂହପୁରରୁ ୫ ଜଣ ଜଣ ଲେଖାଏଁ, ନୂଆପଡ଼ାରୁ ୪, ରାୟଗଡ଼ାରୁ ୩, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ, ମାଲକାନଗିରିରୁ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୦,୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୮୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply