ଭୁବନେଶ୍ୱର, ଡିସେମ୍ବର ୨୮ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୩୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୪, ୩୨୯ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୩୪, ସୁନ୍ଦରଗଡରୁ ୩୧, ବାଲେଶ୍ଵରରୁ ୨୬, ସମ୍ବଲପୁରରୁ ୨୫, ମୟୂରଭଞ୍ଜରୁ ୨୨, ପୁରୀରୁ ୨୨, ଅନୁଗୁଳରୁ ୨୦, ବରଗଡରୁ ୧୭, କଟକରୁ ୧୭, ନୂଆପଡାରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୧୦, ଗଞ୍ଜାମରୁ ୮, ଭଦ୍ରକ, ବଲାଙ୍ଗିର, ଜଗତସିଂହପୁର, ଝାରସୁଗୁଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ, କଳାହାଣ୍ଡିରୁ ୫, ନବରଙ୍ଗପୁରରୁ ୪, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡରୁ ୩ ଜଣ ଲେଖାଏଁ, ଗଜପତିରୁ ୨, ମାଲକାନଗିରି, ରାୟଗଡା, ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୧୩ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୮, ୭୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୬୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply