ଭୁବନେଶ୍ୱର, ଡିସେମ୍ବର ୨୪ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ଆଉ ୩୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୨, ୯୭୨ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୬୬, ଅନୁଗୁଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡ଼ାରୁ ୧୭, ବାଲେଶ୍ୱର ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ବରଗଡ଼ରୁ ୧୦, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୦ ଓ କଳାହାଣ୍ଡିରୁ ୯ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବଲାଙ୍ଗୀରରୁ ୮, ଝାରସୁଗୁଡ଼ାରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨, ଭଦ୍ରକ, କୋରାପୁଟ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୭, ୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୫୦ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply