ଭୁବନେଶ୍ୱର, ଡିସେମ୍ବର ୩୧ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ଆଉ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୫, ୪୩୨ ଜଣ ଆରୋଗ୍ୟ ହୋଇଛନ୍ତି ।
ଆଜି ସୁନ୍ଦରଗଡ଼ରୁ ୭୧, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ୱରରୁ ୧୭, ବଲଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରରୁ ୪, ଜଗତସିଂପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, ମାଲକାନଗିରି ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲ୍ରୁ ୪ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୨୯, ୬୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୭୩ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply